Section A
Q1. ନିମ୍ନଲିଖିତ ଯେକୌଣସି ଗୋଟିଏ ବିଷୟରେ 600 ଶବ୍ଦମଧ୍ୟରେ ପ୍ରବନ୍ଧ ଲେଖ : 100
(a) ନବୀକରଣକ୍ଷମ ଶକ୍ତି : ସମ୍ଭାବନା ଓ ଆହ୍ୱାନ
(b) ଯୋଗାଯୋଗ କ୍ଷେତ୍ରରେ ବିପ୍ଳବର ମହତ୍ତ୍ୱ କ୍ରୀଡ଼ାକ୍ଷେତ୍ରରେ ବ୍ୟବସାୟୀକରଣର ବୃଦ୍ଧି
(d) ସ୍ୱାସ୍ଥ୍ୟଉପରେ ଖାଦ୍ୟାଭ୍ୟାସର ପ୍ରଭାବ \,2. ନିମ୍ନୋକ୍ତ ପରିଚ୍ଛେଦଟିକୁ ପାଠକରି ଏହାର ଶେଷରେ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଭକ୍ତର ପ୍ରଦାନ କର : 12×5 = 60 ଔପନିବେଶିକ ଶାସନ ବହୁ ତଥ୍ୟ ଓ ସୂଚନା ସଂଗ୍ରହ ଉପରେ ଆଧାରିତ ଥିଲା। ଇଂରେଜମାନେ ତାଙ୍କର ବାଶିଜ୍ୟ ବ୍ୟବସାୟ ପରିଚାଳନା କରିବା ନିମନ୍ତେ ବ୍ୟବସାୟ ସୟକ୍ଷୀୟ ସମତ୍ତ ତଥ୍ୟର ବିଶଦ ବିବରଣୀ ରଖୁଥିଲେ। କ୍ରମବର୍ଦ୍ଧିଷ୍ମ ସହରର ଜୀବନଧାରା ଓ ଦିଗ ପ୍ରତି ଦୃଷ୍ଟି ଦେଇ ସେମାନେ ନିୟମିତ ସର୍ବେକ୍ଷଣ କରୁଥିଲେ, ପରିସଂଖ୍ୟାନଗଡ ତଥ୍ୟ ଏକତ୍ର କରିବା ସହିତ ବିଭିନ୍ନ ପ୍ରକାରର ସରକାରୀ ବିବରଣୀ ପ୍ରକାଶ କରୁଥିଲେ । ଆରୟ ଦିନରୁ ଔପନିବେଶିକ ସରକାର ମାନଚିତ୍ର ପ୍ରସ୍ତୁତି ଉପରେ ଧ୍ୟାନ ଦେଇଥିଲେ। ସରକାର ବିଶ୍ୱାସ କରୁଥିଲେ ଯେ, କୌଶସି ଛାନର ପ୍ରାକୃତିକ ଗଠନ ଓ ଭୂଦୃଶ୍ୟକୁ ବୁଝିବାପାଇଁ ସେ ଛାନର ମାନଚିତ୍ର ଏକାନ୍ତ ଆବଶ୍ୟକ। ଏହି ଜ୍ଞାନ ସାହାଯ୍ୟରେ ସେହି ଅଞ୍ଚଳ ଉପରେ ଅଧିକ ଓ ଭତ୍ତମ ନିୟନ୍ତ୍ରଣ ରଖାଯାଇପାରିବ। ଯେତେବେଳେ ସହର ବୃଦ୍ଧି ପାଇବାକୁ ଲାଗିଲା, ସେତେବେଳେ କେବଳ ତାହାର ବିକାଶ ଯୋଜନା ନିର୍ମାଣ କରିବାପାଇଁ ନୁହେଁ, ବରଂ ବ୍ୟବସାୟର ବିକାଶ ଓ ନିଜ ଶାସନ କ୍ଷମତା ଦୃଢ଼ କରିବା ନିମତ୍ତେ ମଧ୍ୟ ମାନଚିତ୍ର ପ୍ରସ୍ତୁତ କରାଗଲା । ସହରର ମାନଚିତ୍ରରୁ ଆମେ ସେହି ଛାନରେ ଥିବା ପାହାଡ଼, ନଦୀ ଓ ଗଛଲଡାର ସୂଚନା ପାଉ । ଏ ସମତ୍ତ ତଥ୍ୟ ସ୍ୱରକ୍ଷା ନିମନ୍ତେ ଯୋଜନା ପ୍ରସ୍ତୁତ କରିବାରେ ବହୁ ଉପାଦେୟ ହେଲା । ଏତଦ୍ବବ୍ୟତୀତ ନଦୀଘାଟର ସ୍ଥିତି, ଗୃହର ମାନ ଓ ଘନତା ତଥା ରାଷ୍ତାର ଅବସ୍ଥା ଆଦିରୁ ସେ ଅଞ୍ଚଳର ବ୍ୟବସାୟିକ ସମ୍ଭାବନାର ଖବର ନେବା କର ବ୍ୟବସ୍ଥାର ରଣକୌଶଳ ନିର୍ମାଣରେ ଏହା ସହାୟକ ହେଉଥିଲା । ଭନବିଂଶ ଶତାବ୍ଦୀର ଶେଷ ପର୍ଯ୍ୟାୟରୁ ଇଂରେଜମାନେ ବାର୍ଷିକ ନଗରପାଳିକା କର ଆଦାୟ ମାଧ୍ୟମରେ ସହର ପରିଚାଳନା ନିମନ୍ତେ ଅର୍ଥ ଜମା କରିବା ଆରୟ କରିଦେଇଥିଲେ। ସଂଘର୍ଷରୁ ରକ୍ଷା ପାଇବା ପାଇଁ ସେମାନେ କିଛି ଦାୟିତ୍ୱ ନିର୍ବାଚିତ ଭାରତୀୟ ପ୍ରତିନିଧିମାନଙ୍କୁ ବି ପ୍ରଦାନ କରିଥିଲେ। ମହାନଗର ନିଗମ ପରି ସଂସ୍କାର ଭଦ୍ଦେଶ୍ୟ ଥିଲା କିଛି ଲୋକ ପ୍ରତିନିଧିଙ୍କ ସାହାଯ୍ୟରେ ସହରରେ ଜଳ ଯୋଗାଶ , ଜଳ ନିଷାସନ, ରାଷ୍ତା ନିର୍ମାଣ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ପରି ଅତ୍ୟାବଶ୍ୟକ ପରିସେବା ଯୋଗାଇବା। ଅନ୍ୟପକ୍ଷରେ ମହାନଗର ନିଗମର କାର୍ଯ୍ୟଧାରାରୁ ସୃଷ୍ଟ ଚୂତନ ପ୍ରକାରର ରେକର୍ଡ଼ ମହାନଗର ନିଗମ ରେକର୍ଡ଼ ଘରେ ଯତ୍ନର ସହିତ ରଖାଗଲା । ବିସ୍ତାରିତ ସହର ଭପରେ ଦୃଷ୍ଟି ରଖିବା ନିମନ୍ତେ ନିୟମିତ ଜନଗଣନା କରାଯାଉଥିଲା। ଭନବିଂଶ ଶତାବ୍ଦୀର ମଧ୍ୟଭାଗ ଭିତରେ ବିଭିନ୍ନ ଅଞ୍ଚଳର କେତେକ କ୍ଷେତ୍ରରେ ସ୍ଥାନୀୟ ଜନଗଣନା ଆରୟ ହୋଇଯାଇଥିଲା। ଅଖିଳ ଭାରତୀୟ ଜନଗଣନାର ପ୍ରଥମ ପ୍ରୟାସ 1872ରେ କରାଯାଇଥିଲା। ଏହାପରେ 1881ରେ ଦଶକୀୟ (ପ୍ରତ୍ୟେକ ଦଶ ବର୍ଷରେ ହେଉଥିବା) ଜନଗଣନା ଏକ ନିୟମିତ ବ୍ୟବସ୍ଥାରେ ପରିଣତ ହେଲା। ଭାରତରେ ସହରୀକରଣର ଅଧ୍ୟୟନ ନିମନ୍ତେ ଜନଗଣନାରୁ ଉପଲକ୍ଷ ତଥ୍ୟ ଏକ ବହୁମୂଲ୍ୟ ଉହ। ଆମେ ଯେତେବେଳେ ଏହି ରିପୋର୍ଟ ଦେଖୁଁ, ମନେହୁଏ ଯେ ଆମ ପାଖରେ ଐତିହାସିକ ପରିବର୍ତ୍ତନକୁ ମାପିବା ନିମନ୍ତେ ପ୍ରାମାଶିକ ତଥ୍ୟ ରହିଛି। ରୋଗଜନିତ ମୃତ୍ୟୁର ଅନ୍ତହୀନ ତାଲିକା ବା ବୟସ, ଲିଙ୍ଗ, ଜାତି ଏବଂ ଜୀବିକା ଅନୁସାରେ ପ୍ରସ୍ତୁତ ଜନଗଣନା ବ୍ୟବସ୍ଥାର ପରିସଂଖ୍ୟାନର ଏକ ବିଶାଳ ଭଷାର ମିଳେ: ଯେଉଁଥର ସଠିକତାର ଭମ ସଷ୍ଟି ହୁଏ । କିନ୍ତ ଐତିହାସିକଙ୍କ ମତରେ ଏହି ପରିସଂଖ୍ୟାନ ଭ୍ରମାତ୍ପକ ହୋଇପାରେ। ଆମେ ଏହି ପରିସଂଖ୍ୟାନକୁ ଉପଯୋଗ କରିବା ପୂର୍ବରୁ ଭଲଭାବରେ ବୁଝିବା ଦରକାର ଯେ, ଏହି ପରିସଂଖ୍ୟାନ କାହାଦ୍ୱାରା ସଂଗୃହୀତ ଏବଂ ଏହାକୁ କାହିଁକି ଓ କେବେ ସଂଗ୍ରହ କରାଯାଇଥିଲା। ଆମର ଏହା ମଧ୍ୟ ଜାଶିବା ଉଚିତ ଯେ, କେଉଁ ବିଷୟକୁ ମାପ କରାଯାଇଥିଲା ଓ କେଉଁ ବିଷୟକୁ ନୁହେଁ। CRNA-C-ODA/4 2